Indian Language Bible Word Collections
2 Kings 21:7
2 Kings Chapters
2 Kings 21 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
2 Kings Chapters
2 Kings 21 Verses
1
|
ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ; ଆଉ ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା । |
2
|
ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ । |
3
|
କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ଆହାବ ରାଜା ଯେପରି କରିଥିଲେ, ସେପରି ସେ ବାଲ୍ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରାମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକି ପୂଜା କରି ସେମାନଙ୍କର ସେବା କଲେ । |
4
|
ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ । |
5
|
ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦିମାନ ନିର୍ମାଣ କଲେ । |
6
|
ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିୟା ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ । |
7
|
ଆହୁରି ସେ ମନ୍ଦିରରେ ଆପଣା ନିର୍ମିତ ଆଶେରାର ଖୋଦିତ ମୂର୍ତ୍ତି ସ୍ଥାପନ କଲେ; ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ଚିରକାଳ ସ୍ଥାପନ କରିବା; |
8
|
ପୁଣି ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ ଓ ଆମ୍ଭ ସେବକ ମୋଶା ସେମାନଙ୍କୁ ଯେସମସ୍ତ ବ୍ୟବସ୍ଥା ଆଜ୍ଞା କରିଅଛି, କେବଳ ତଦନୁସାରେ ଆଚରଣ କରିବାକୁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ଭ୍ରମଣ କରାଇବା ନାହିଁ । |
9
|
ମାତ୍ର ସେମାନେ ଶୁଣିଲେ ନାହିଁ; ପୁଣି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଯେଉଁ ଦେଶୀୟ-ମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିବାକୁ ମନଃଶି ସେମାନଙ୍କୁ ଭୁଲାଇଲେ । |
10
|
ଏଥିରେ ସଦାପ୍ରଭୁ ଆପଣା ସେବକ ଭବିଷ୍ୟଦ୍-ବକ୍ତାଗଣ ଦ୍ଵାରା ଏହି କଥା କହିଲେ, |
11
|
ଯିହୁଦାର ରାଜା ମନଃଶି ଏହି ସକଳ ଘୃଣାଯୋଗ୍ୟ କର୍ମ କରିଅଛି ଓ ତାହାର ପୂର୍ବେ ଯେଉଁ ଇମୋରୀୟମାନେ ଥିଲେ, ସେମାନଙ୍କ ଅପେକ୍ଷା ଅଧିକ ଦୁଷ୍କର୍ମ କରିଅଛି ଓ ଯିହୁଦାକୁ ମଧ୍ୟ ଆପଣା ପ୍ରତିମାଗଣ ଦ୍ଵାରା ପାପ କରାଇଅଛି⇧ । |
12
|
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଯିରୂଶାଲମ ଓ ଯିହୁଦା ଉପରେ ଏପରି ଅମଙ୍ଗଳ ଆଣିବା ଯେ, କେହି ତାହା ଶୁଣିଲେ ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ । |
13
|
ପୁଣି ଆମ୍ଭେ ଯିରୂଶାଲମ ଉପରେ ଶମରୀୟାର ରଜ୍ଜୁ ଓ ଆହାବ-ବଂଶର ଓଳମ ଟାଣିବା ଓ ମନୁଷ୍ୟ ଯେପରି ଥାଳୀ ପୋଛେ, ଆଉ ପୋଛୁ ପୋଛୁ ତାହା ଓଲଟ ପାଲଟ କରେ, ସେପରି ଆମ୍ଭେ ଯିରୂଶାଲମକୁ ପୋଛି ପକାଇବା । |
14
|
ଆଉ ଆମ୍ଭେ ଆପଣା ଅଧିକାରର ଅବଶିଷ୍ଟାଂଶକୁ ଦୂର କରିବା ଓ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନେ ଆପଣା ଶତ୍ରୁ ସମସ୍ତଙ୍କର ମୃଗୟା ଓ ଲୁଟ ସ୍ଵରୂପ ହେବେ; |
15
|
କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ସେମାନେ ଆପଣା ପିତୃଗଣ ମିସରରୁ ବାହାରି ଆସିବାର ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭକୁ ବିରକ୍ତ କରିଅଛନ୍ତି । |
16
|
ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ଵାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ । |
17
|
ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପାପ କʼଣ ଯିହୁଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? |
18
|
ଅନନ୍ତର ମନଃଶି ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ଗୃହର ଉଦ୍ୟାନରେ, ଅର୍ଥାତ୍, ଉଷର ଉଦ୍ୟାନରେ କବର ପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍ ତାଙ୍କର ପଦରେ ରାଜ୍ୟ କଲେ । |
19
|
ଆମୋନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ; ତାଙ୍କର ମାତାର ନାମ ମଶୁଲ୍ଲେମତ୍, ସେ ଯଟ୍ବା ନିବାସୀ ହାରୁଷଙ୍କର କନ୍ୟା ଥିଲେ । |
20
|
ପୁଣି ଆମୋନ୍ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ । |
21
|
ତାଙ୍କର ପିତା ଯେଉଁ ପଥରେ ଚାଲିଥିଲେ, ସେ ସେହି ସମସ୍ତ ପଥରେ ଚାଲିଲେ ଓ ତାଙ୍କର ପିତା ଯେଉଁ ଦେବତାମାନଙ୍କର ସେବା କରିଥିଲେ, ସେ ସେମାନଙ୍କର ସେବା କଲେ ଓ ସେମାନଙ୍କୁ ପୂଜା କଲେ । |
22
|
ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ଵରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ । |
23
|
ଆମୋନ୍ଙ୍କର ଦାସମାନେ ତାଙ୍କର ବିରୁଦ୍ଧରେ ଚକ୍ରା; କଲେ ଓ ରାଜାଙ୍କୁ ତାଙ୍କର ନିଜ ଗୃହରେ ବଧ କଲେ । |
24
|
ମାତ୍ର ଯେଉଁମାନେ ଆମୋନ୍ ରାଜା ବିରୁଦ୍ଧରେ ଚକ୍ରା; କରିଥିଲେ, ସେସମସ୍ତଙ୍କୁ ଦେଶର ଲୋକମାନେ ବଧ କଲେ; ଆଉ ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କ ପୁତ୍ର ଯୋଶୀୟଙ୍କୁ ରାଜା କଲେ । |
25
|
ଏହି ଆମୋନ୍ଙ୍କର କୃତ ଅବଶିଷ୍ଟ କ୍ରିୟାର ବୃତ୍ତା; କʼଣ ଯିହୁଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? |
26
|
ପୁଣି ସେ ଉଷର ଉଦ୍ୟାନସ୍ଥିତ ଆପଣା କବରରେ କବର ପାଇଲେ; ଆଉ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟ ରାଜ୍ୟ କଲେ । |