Indian Language Bible Word Collections
2 Chronicles 29:34
2 Chronicles Chapters
2 Chronicles 29 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
2 Chronicles Chapters
2 Chronicles 29 Verses
1
|
ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଅବିଜା, ସେ ଜିଖରୀୟର କନ୍ୟା ଥିଲେ । |
2
|
ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ । |
3
|
ସେ ଆପଣା ଅଧିକାରର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟସବୁ ଫିଟାଇ ସେସବୁର ଜୀର୍ଣ୍ଣସଂସ୍କାର କଲେ । |
4
|
ପୁଣି, ସେ ଯାଜକ ଓ ଲେବୀୟମାନଙ୍କୁ ଅଣାଇ ପୂର୍ବଦିଗ ଛକରେ ଏକତ୍ର କରି ସେମାନଙ୍କୁ କହିଲେ, |
5
|
ହେ ଲେବୀୟମାନେ, ତୁମ୍ଭେମାନେ ମୋʼ କଥା ଶୁଣ; ଏବେ ଆପଣାମାନଙ୍କୁ ପବିତ୍ର କର ଓ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ଵରଙ୍କ ଗୃହ ପବିତ୍ର କରି ସେହି ପବିତ୍ର ସ୍ଥାନରୁ ଅଶୌଚ ଦୂର କର । |
6
|
କାରଣ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ସତ୍ୟଲଙ୍ଘନ କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ତାହାଙ୍କୁ ପରିତ୍ୟାଗ କରି ସଦାପ୍ରଭୁଙ୍କ ଆବାସରୁ ବିମୁଖ ହୋଇ ତହିଁ ପ୍ରତି ଆପଣା ପୃଷ୍ଠ ଫେରାଇ ଅଛନ୍ତି । |
7
|
ଆହୁରି, ସେମାନେ ବରଣ୍ତାର କବାଟସବୁ ବନ୍ଦ କରି ପ୍ରଦୀପସବୁ ନିଭାଇ ଦେଇଅଛନ୍ତି ଓ ସେହି ପବିତ୍ର ସ୍ଥାନରେ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ନାହାନ୍ତି, କିଅବା ହୋମବଳି ଉତ୍ସର୍ଗ କରି ନାହାନ୍ତି। |
8
|
ଏହେତୁ ଯିହୁଦା ଓ ଯିରୂଶାଲମ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା, ପୁଣି ତୁମ୍ଭେମାନେ ସ୍ଵଚକ୍ଷୁରେ ଦେଖୁଅଛ ଯେ, ସେ ସେମାନଙ୍କୁ ଏଣେତେଣେ ଚାଳିତ ହେବା ପାଇଁ, ଆଶଙ୍କାର ଓ ଶୀସ୍ର ବିଷୟ କରିବା ପାଇଁ ସମର୍ପଣ କରିଅଛନ୍ତି । |
9
|
କାରଣ ଦେଖ, ତହିଁ ସକାଶୁ ଆମ୍ଭମାନଙ୍କ ପିତୃଗଣ ଖଡ଼୍ଗରେ ପଡ଼ିଅଛନ୍ତି ଓ ଆମ୍ଭମାନଙ୍କ ପୁତ୍ର କନ୍ୟା ଓ ଆମ୍ଭମାନଙ୍କ ଭାର୍ଯ୍ୟାଗଣ ବନ୍ଦୀ ହୋଇଅଛନ୍ତି । |
10
|
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ପ୍ରଚଣ୍ତ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରୁ ନିବୃତ୍ତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋʼ ମନରେ ଅଛି । |
11
|
ହେ ମୋହର ପୁତ୍ରମାନେ, ଏବେ ହେଳା କର ନାହିଁ; କାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ପାଇଁ, ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ତୁମ୍ଭେମାନେ ଯେପରି ତାହାଙ୍କର ପରିଚାରକ ହେବ ଓ ଧୂପ ଜ୍ଵଳାଇବ, ଏଥିପାଇଁ ସେ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି । |
12
|
ଏଥିରେ କହାତୀୟ ସନ୍ତାନଗଣ ମଧ୍ୟରୁ ଅମାସୟର ପୁତ୍ର ମାହତ୍ ଓ ଅସରୀୟର ପୁତ୍ର ଯୋୟେଲ, ଆଉ ମରାରି ସନ୍ତାନଗଣ ମଧ୍ୟରୁ ଅବ୍ଦିର ପୁତ୍ର କୀଶ୍ ଓ ଯିହୋଲିଲେଲର ପୁତ୍ର ଅସରୀୟ, ପୁଣି ଗେର୍ଶୋନୀୟ-ମାନଙ୍କ ମଧ୍ୟରୁ ସିସ୍ମର ପୁତ୍ର ଯୋୟାହ ଓ ଯୋୟାହର ପୁତ୍ର ଏଦନ, |
13
|
ଆଉ, ଇଲୀଶାଫନର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିଓୟେଲ୍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ |
14
|
ଓ ହେମନର ସନ୍ତାନମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମୀୟି ଓ ଯିଦୂଥୂନର ସନ୍ତାନମାନଙ୍କ ମଧ୍ୟରୁ ଶମୟୀୟ ଓ ଉଷୀୟେଲ, ଏହିସବୁ ଲେବୀୟ ଲୋକ ଉଠିଲେ । |
15
|
ପୁଣି, ସେମାନେ ଆପଣା ଭ୍ରାତୃଗଣକୁ ଏକତ୍ର କରି ଆପଣା ଆପଣାକୁ ପବିତ୍ର କଲେ ଓ ରାଜାଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟମତେ ସଦାପ୍ରଭୁଙ୍କ ଗୃହ ଶୁଚି କରିବାକୁ ଭିତରକୁ ଗଲେ । |
16
|
ପୁଣି, ଯାଜକମାନେ ସଦାପ୍ରଭୁଙ୍କ ଗୃହର ଅନ୍ତର୍ଭାଗକୁ ଶୁଚି କରିବା ପାଇଁ ଗଲେ, ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଯେସବୁ ଅଶୌଚ ପାଇଲେ, ତାହା ବାହାର କରି ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣକୁ ଆଣିଲେ । ଆଉ, ଲେବୀୟମାନେ ତାହା ସଂଗ୍ରହ କରି ବାହାରକୁ କିଦ୍ରୋଣ ନଦୀକି ବହି ନେଇଗଲେ । |
17
|
ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ପବିତ୍ର କରିବାକୁ ଆରମ୍ଭ କଲେ ଓ ମାସର ଅଷ୍ଟମ ଦିନରେ ସେମାନେ ସଦାପ୍ରଭୁଙ୍କ ବରଣ୍ତାକୁ ଆସିଲେ; ପୁଣି ଆଠ ଦିନ ମଧ୍ୟରେ ସେମାନେ ସଦାପ୍ରଭୁଙ୍କ ଗୃହ ପବିତ୍ର କଲେ; ଆଉ ସେମାନେ ପ୍ରଥମ ମାସର ଷୋଡ଼ଶ ଦିନରେ ସମାପ୍ତ କଲେ । |
18
|
ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ କତିକି ଯାଇ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୋଟୀର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ । |
19
|
ଆହୁରି, ଆହସ୍ ରାଜା ଆପଣା ରାଜତ୍ଵ ସମୟରେ ସତ୍ୟଲଙ୍ଘନ କରି ଯେ ଯେ ପାତ୍ର ପକାଇ ଦେଇଥିଲେ, ତାହାସବୁ ଆମ୍ଭେମାନେ ପ୍ରସ୍ତୁତ କରି ପବିତ୍ର କରିଅଛୁ; ଆଉ ଦେଖନ୍ତୁ, ତାହାସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଅଛି । |
20
|
ତହିଁ ଉତ୍ତାରେ ହିଜକୀୟ ରାଜା ପ୍ରତ୍ୟୁଷରେ ଉଠି ନଗରର ଅଧିପତିମାନଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ଗୃହକୁ ଗଲେ । |
21
|
ପୁଣି, ସେମାନେ ରାଜ୍ୟ ନିମନ୍ତେ ଓ ଧର୍ମଧାମ ନିମନ୍ତେ ଓ ଯିହୁଦା ନିମନ୍ତେ ପାପାର୍ଥକ ବଳି ରୂପେ ସାତ ବୃଷ ଓ ସାତ ମେଷ ଓ ସାତ ମେଷଶାବକ ଓ ସାତ ଛାଗ ଆଣିଲେ । ତହିଁରେ ସେ ହାରୋଣ-ସନ୍ତାନ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ତାହାସବୁ ଉତ୍ସର୍ଗ କରିବାକୁ ଆଜ୍ଞା କଲେ । |
22
|
ତେଣୁ ବୃଷସବୁ ବଧ କରାଯାʼନ୍ତେ, ଯାଜକମାନେ ରକ୍ତ ଗ୍ରହଣ କରି ବେଦି ଉପରେ ସେଚନ କଲେ; ପୁଣି ମେଷ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ; ଆହୁରି, ମେଷଶାବକ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ । |
23
|
ଏଉତ୍ତାରେ ସେମାନେ ପାପାର୍ଥକ ବଳିରୂପ ଛାଗସକଳ ରାଜା ଓ ସମାଜ ସାକ୍ଷାତରେ ନିକଟକୁ ଆଣିଲେ; ତହିଁରେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ; |
24
|
ତହୁଁ ସମଗ୍ର ଇସ୍ରାଏଲ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଯାଜକମାନେ ସେସବୁ ବଧ କରି ଯଜ୍ଞବେଦି ଉପରେ ସେମାନଙ୍କ ରକ୍ତ ଦ୍ଵାରା ପାପାର୍ଥକ ବଳି କଲେ; କାରଣ ସମଗ୍ର ଇସ୍ରାଏଲ ନିମନ୍ତେ ହୋମବଳି ଓ ପାପାର୍ଥକ ବଳି ଉତ୍ସର୍ଗ କରିବାକୁ ରାଜା ଆଜ୍ଞା ଦେଇଥିଲେ । |
25
|
ଆଉ, ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍ର ଓ ନାଥନ ଭବିଷ୍ୟଦ୍ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ; କାରଣ ସଦାପ୍ରଭୁ ଆପଣା ଭବିଷ୍ୟଦ୍-ବକ୍ତାମାନଙ୍କ ଦ୍ଵାରା ଏହି ଆଜ୍ଞା କରିଥିଲେ । |
26
|
ଏହେତୁ ଲେବୀୟମାନେ ଦାଉଦଙ୍କର ବାଦ୍ୟଯନ୍ତ୍ର ଓ ଯାଜକମାନେ ତୂରୀ ନେଇ ଠିଆ ହେଲେ । |
27
|
ଏଉତ୍ତାରେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରିବାକୁ ହିଜକୀୟ ଆଜ୍ଞା କଲେ । ଯେତେବେଳେ ହୋମବଳି ଆରମ୍ଭ ହେଲା, ସେତେବେଳେ ତୂରୀ ଓ ଇସ୍ରାଏଲର ରାଜା ଦାଉଦଙ୍କର ବାଦ୍ୟଯନ୍ତ୍ର ସହିତ ସଦାପ୍ରଭୁଙ୍କ ଗୀତ ମଧ୍ୟ ଆରମ୍ଭ ହେଲା । |
28
|
ତହିଁରେ ସମଗ୍ର ସମାଜ ପ୍ରଣାମ କଲେ ଓ ଗାୟକମାନେ ଗାନ କଲେ ଓ ତୂରୀବାଦକମାନେ ତୂରୀ ବଜାଇଲେ; ହୋମବଳିଦାନର ସମାପ୍ତି ପର୍ଯ୍ୟନ୍ତ ଏସବୁ ହେଲା । |
29
|
ପୁଣି, ସେମାନେ ବଳିଦାନ ସମାପ୍ତ କରନ୍ତେ, ରାଜା ଓ ତାଙ୍କ ସଙ୍ଗେ ଉପସ୍ଥିତ ଲୋକ ସମସ୍ତେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ । |
30
|
ଆହୁରି, ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ । ତହୁଁ ସେମାନେ ଆନନ୍ଦରେ ପ୍ରଶଂସାଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ । |
31
|
ସେତେବେଳେ ହିଜକୀୟ ଉତ୍ତର କରି କହିଲେ,ଏବେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କରିଅଛ, ନିକଟକୁ ଆସ ଓ ସଦାପ୍ରଭୁଙ୍କ ଗୃହକୁ ବଳି ଓ ପ୍ରଶଂସାର୍ଥକ ଉପହାର ଆଣ । ତହିଁରେ ସମାଜ ବଳି ଓ ପ୍ରଶଂସାର୍ଥକ ଉପହାର ଆଣିଲେ ଓ ଯେତେ ଲୋକର ମନରେ ପ୍ରବୃତ୍ତି ଜନ୍ମିଲା, ସେମାନେ ହୋମବଳି ଆଣିଲେ । |
32
|
ସମାଜ ଯେଉଁ ହୋମବଳି ଆଣିଲେ, ତହିଁର ସଂଖ୍ୟା, ଯଥା, ସତୁରି ବୃଷ ଓ ଏକ ଶହ ମେଷ ଓ ଦୁଇ ଶହ ମେଷଶାବକ, ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି । |
33
|
ପୁଣି ଛଅ ଶହ ବୃଷ ଓ ତିନି ସହସ୍ର ମେଷ ପବିତ୍ରୀକୃତ ହେଲେ । |
34
|
ମାତ୍ର ଯାଜକମାନେ ଅଳ୍ପସଂଖ୍ୟକ ଥିବାରୁ ସେମାନେ ହୋମାର୍ଥକ ସକଳ ପଶୁର ଚର୍ମ କାଢ଼ି ପାରିଲେ ନାହିଁ । ଏଣୁ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ଆପଣାମାନଙ୍କୁ ପବିତ୍ର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଭ୍ରାତା ଲେବୀୟମାନେ ସେମାନଙ୍କର ସାହାଯ୍ୟ କଲେ; କାରଣ ଲେବୀୟମାନେ ଆପଣାମାନଙ୍କୁ ପବିତ୍ର କରିବା ପାଇଁ ଯାଜକମାନଙ୍କ ଅପେକ୍ଷା ଅଧିକ ସିଦ୍ଧମନା ଥିଲେ । |
35
|
ଆହୁରି ହୋମବଳି, ମଙ୍ଗଳାର୍ଥକ ବଳିର ମେଦ ଓ ପ୍ରତ୍ୟେକ ହୋମବଳିର ପେୟ-ନୈବେଦ୍ୟ ପ୍ରଚୁର ହୋଇଥିଲା । ଏହିରୂପେ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ ସୁଧାରାମତେ ସ୍ଥାପିତ ହେଲା । |
36
|
ଆଉ, ପରମେଶ୍ଵର ଲୋକମାନଙ୍କ ନିମନ୍ତେ ଏହାସବୁ ପ୍ରସ୍ତୁତ କରିଥିବାରୁ ହିଜକୀୟ ଓ ସମସ୍ତ ଲୋକ ଆନନ୍ଦ କଲେ; କାରଣ ଏହି କାର୍ଯ୍ୟ ଅକସ୍ମାତ୍ ସାଧିତ ହେଲା । |