Indian Language Bible Word Collections
1 Samuel 7:10
1 Samuel Chapters
1 Samuel 7 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Samuel Chapters
1 Samuel 7 Verses
1
|
ଅନନ୍ତର କିରୀୟଥ୍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି ସଦାପ୍ରଭୁଙ୍କ ସିନ୍ଦୁକ-ରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ । |
2
|
ସିନ୍ଦୁକ କିରୀୟଥ୍-ଯିୟାରୀମରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ-ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ । |
3
|
ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ-ବଂଶକୁ କହିଲେ, ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ । |
4
|
ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ । |
5
|
ଅନନ୍ତର ଶାମୁୟେଲ କହିଲେ, ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପୀରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି । |
6
|
ତହୁଁ ସେମାନେ ମିସ୍ପୀରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହିଦିନ ଉପବାସ କରି ସେହିଠାରେ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ⇧ । ଏଉତ୍ତାରେ ଶାମୁୟେଲ ମିସ୍ପୀରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ । |
7
|
ଏଥି ମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପୀରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ । ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ । |
8
|
ପୁଣି ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ । |
9
|
ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ । |
10
|
ପୁଣି ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘଗର୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ । |
11
|
ତହୁଁ ଇସ୍ରାଏଲ ଲୋକମାନେ ମିସ୍ପୀରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବୈଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ । |
12
|
ତହିଁରେ ଶାମୁୟେଲ ଖଣ୍ତେ ପଥର ନେଇ ମିସ୍ପୀ ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି । |
13
|
ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟ-ମାନଙ୍କର ପ୍ରତିକୂଳ ହେଲା । |
14
|
ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ । ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟ-ମାନଙ୍କ ମଧ୍ୟରେ ସନ୍ଧି ହେଲା । |
15
|
ଶାମୁୟେଲ ଆପଣାର ଯାବଜ୍ଜୀବନ ଇସ୍ରାଏଲର ବିଚାର କଲେ । |
16
|
ସେ ପ୍ରତି ବର୍ଷ ବୈଥେଲ୍ ଓ ଗିଲ୍ଗଲ୍ ଓ ମିସ୍ପୀରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ । |
17
|
ପୁଣି ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ-ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ । |